Posted inଖେଳ

ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ…

ନୂଆଦିଲ୍ଲୀ,୩୦।୬: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଏହାପରେ ବିରାଟ କୋହଲି ଓ କ୍ୟାପଟେନ ରୋହିତ ଶର୍ମା ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ରୋହିତ ଅବସର ନେବେ ବୋଲି କେବେ ଭାବି ନ ଥିଲେ ହେଲେ ବିରାଟ କୋହଲିଙ୍କ ପରି ସେ ଯୁବପିଢିଙ୍କ ଆଗକୁ ଆଣିବାକୁ ଏହି ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ବିଶ୍ୱ ବିଜେତା ହେବା ପରେ ଅଧିନାୟକ କହିଛନ୍ତି, ବିଶ୍ୱକପ ଟ୍ରଫି ଜିତିବା ପରେ ବିଦାୟ ନେବା ଅପେକ୍ଷା କ’ଣ ଭଲ ହୋଇପାରେ?

ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିବା ପରେ ଗଣମାଧ୍ୟମକୁ ରୋହିତ କହିଛନ୍ତି, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଏହାକୁ ଛାଡିବା ପାଇଁ ଭଲ ସମୟ ଆଉ କ’ଣ ହୋଇପାରେ। ଯଦିଓ ସେ ଆଇପିଏଲ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ମୋ ଭବିଷ୍ୟତ ବିଷୟରେ ଏହିପରି ନିଷ୍ପତ୍ତି ନେଉ ନାହିଁ। ମୋତେ ଯାହା ଭଲ ଲାଗେ ମୁଁ ତାହା କରେ। ଭବିଷ୍ୟତ ବିଷୟରେ ମୁଁ ଅଧିକ ଚିନ୍ତା କରେ ନାହିଁ । ଗତ ବର୍ଷ ଓ୍ବାନ ଡେ ବିଶ୍ୱକପ ପରେ ମଧ୍ୟ ମୁଁ ଏହି ବିଶ୍ୱକପ ଖେଳି ପାରିବି କି ନାହିଁ ଭାବି ନ ଥିଲି। ସେ ଆହୁରି କହିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ ମୁଁ ଟି-୨୦ରୁ ଅବସର ନେବି। କିନ୍ତୁ ଏବେକାର ପରିସ୍ଥିତି ଠିକ୍‌ ଅଟେ। ବିଶ୍ୱକପ ଜିତିବା ପରେ ବିଦାୟ ନେବା ଭଲ।

ରୋହିତ ମଧ୍ୟ ଦଳର ଜଣେ ସଦସ୍ୟ ଥିଲେ ଯିଏକି ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ରେ ପ୍ରଥମ ବିଶ୍ୱକପରେ ଟାଇଟଲ ଜିତିଥିଲେ। ତାଙ୍କ ଯାତ୍ରା ବିଷୟରେ ସେ କହିଛନ୍ତି, ଯେତେବେଳେ ୨୦୦୭ରେ ଯାତ୍ରା ଆରମ୍ଭ କରିଥିଲି, ସେତେବେଳେ ଆମେ ବିଶ୍ୱକପ ଜିତିଥିଲୁ ଏବଂ ବର୍ତ୍ତମାନ ମୁଁ ବିଶ୍ୱକପ ସହିତ ବିଦାୟ ନେଉଛି। ମୁଁ ବହୁତ ଖୁସି ସେତେବେଳେ ମୋତେ ୨୦ବର୍ଷ ହୋଇଥିଲା। ମୁଁ ଭବିଷ୍ୟତ ଖେଳାଳୀମାନଙ୍କୁ ସେମାନଙ୍କ ଭୂମିକା ତୁଲାଇବାକୁ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ...

ସାହାଣୀ କପ ଫୁଟବଲ: ରାଉରକେଲାକୁ ହରାଇ ବରଗଡ଼ ଫାଇନାଲରେ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍‌କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର...

କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ଇସଲାମାବାଦ୍‌,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ...

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ...

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋହଲିଙ୍କ ହୁଙ୍କାର: ଯୁଦ୍ଧ ଏବେ…

ନୂଆଦିଲ୍ଲୀ,୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ଏହି ଟ୍ରଫି ଅଧୀନରେ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri