Categories: ଖେଳ

ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ବଡ଼ ରେକର୍ଡ

ଥିରୁବନନ୍ତପୁରମ୍‌,୧୫।୧:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମୁକାବିଲାରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା ଖେଳାଳି ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଏବି ଡି. ଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି। ଏବେ ରୋହିତ ଏହି ତାଲିକାର ୧୭ତମ ସ୍ତାନରେ ପହଞ୍ଚିଛନ୍ତି।

ମ୍ୟାଚ୍‌ରେ ରୋହିତ ଭଲ ଆରମ୍ଭ କରିଥିଲେ ହେଁ ମାତ୍ର ୪୨ ରନ୍‌ରେ ଉଇକେଟ ହରାଇଥିଲେ। ଏଥିସହ ସେ ଦିନିକିଆରେ ମୋଟ ୯୫୭୭ ରନ୍‌ ଅତିକ୍ରମ କରି ଆଗକୁ ବଢ଼ିଛନ୍ତି। ଆଗାମୀ ଦିନରେ ସେ ୧୦ହଜାର ରନ୍‌ ପୂରଣ କରିବେ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ସମୟରେ ସକ୍ରିୟ କ୍ରିକେଟରଙ୍କ ବିଷୟରେ କଥା ହେଲେ ରୋହିତ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। କାରଣ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା କ୍ରିକେଟର ତାଲିକାର ଅଧିକାଂଶ ଖେଳାଳି ସନ୍ନ୍ୟାସ ନେଇଛନ୍ତି। କେବଳ ବିରାଟ ଏବଂ ରୋହିତ ଶ୍ରେଷ୍ଠ-୨୦ ତାଲିକାରେ ସକ୍ରିୟ ଖେଳାଳି ଭାବେ ଅଛନ୍ତି।

Share