Categories: ଖେଳ

ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ରାଜକୋଟ,୨୭।୯: ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ନିଜ ଉଇକେଟ ହରାଇଥିଲେ। ରୋହିତଙ୍କୁ ଗ୍ଲେନ ମ୍ୟାକ୍ସୱେଲ ଆଉଟ୍‌ କରିଥିଲେ।
ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୩୫୨ ରନ ସ୍କୋର କରିଥିଲା। କଙ୍ଗାରୁ ଦଳ ଦେଇଥିବା ଟାର୍ଗେଟର ଜବାବରେ ରୋହିତ ଏବଂ ୱାଶିଂଟନ ସୁନ୍ଦର ଭାରତ ପାଇଁ ଓପନିଂ ଆସିଥିଲେ। ଏହି ସମୟରେ ରୋହିତ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ୫୭ ବଲ୍‌ରେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ମ୍ୟାକ୍ସୱେଲ ତାଙ୍କୁ ଆଉଟ୍‌ କରିଥିଲେ। ରୋହିତ କୋହଲିଙ୍କ ସହ ଅର୍ଦ୍ଧ ଶତକୀୟ ଭାଗିଦାରୀ ଖେଳିଥିଲେ।
ଟିମ ଇଣ୍ଡିଆର ପ୍ରଥମ ଉଇକେଟ ସୁନ୍ଦର ରୂପେ ଯାଇଥିଲା। ସୁନ୍ଦର ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହିତ ୩୦ ବଲରେ ୧୮ ରନ ସ୍କୋର କରିଥିଲେ। ଏହା ପରେ ସେ ମ୍ୟାକ୍ସୱେଲଙ୍କ ଶିକାର ହୋଇଥିଲେ। ଭଲ ଇନିଂସ ପରେ ବିରାଟ କୋହଲି ମଧ୍ୟ ଆଉଟ ହୋଇଥିଲେ। ସେ ୬୧ ବଲ ସମ୍ମୁଖରେ ୫୬ ରନ ସ୍କୋର କରିଥିଲେ। କୋହଲି ୫ ଚୌକା ଓ ଗୋଟିଏ ଛକା ମାରିଥିଲେ। ମ୍ୟାକ୍ସୱେଲ ମଧ୍ୟ କୋହଲିଙ୍କ ଉଇକେଟ ନେଇଥିଲେ।

Share