ଅହମଦାବାଦ,୧୯।୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ଏହି ପାଳି ଯୋଗୁ ଭାରତ ୮ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଥିଲା। ସୂର୍ଯ୍ୟକୁମାରଙ୍କୁ ନେଇ ୨୦୧୧, ଡିସେମ୍ବର ୧୦ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବଡ଼ ଭବିଷ୍ୟବାଣୀ କରିଥିଲେ। ବିସିସିଆଇ ଆଓ୍ବାର୍ଡସ ପରେ ରୋହିତ ଏକ ଟୁଇଟ୍ କରି କହିଥିଲେ, କିଛି ଜବରଦସ୍ତ କ୍ରିକେଟର୍ ଆସିବାକୁ ଯାଉଛନ୍ତି, ଭବିଷ୍ୟତରେ ମୁମ୍ବାଇର ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିବ ବୋଲି ସେ କହିଥିଲେ। ଏହାର ୧୦ ବର୍ଷ ପରେ ରୋହିତଙ୍କ ଭବିଷ୍ୟବାଣୀ ସତ ହୋଇଛି। ସୂର୍ଯ୍ୟକୁମାର ନିଜ ଡେବ୍ୟୁ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି।
Just got done with BCCI awards here in chennai..some exciting cricketers coming up..Suryakumar yadav from Mumbai to watch out for in future!
— Rohit Sharma (@ImRo45) December 10, 2011