Categories: ଖେଳ

ଛକା ମାରି ନାକ ଭାଙ୍ଗିଦେଲେ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶନିବାର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଛକାରେ ଜଣେ ଦର୍ଶକ ଆହତ ହୋଇଛନ୍ତି। ଟିମ୍‌ ଇଣ୍ଡିଆର ପ୍ରଥମ ଇନିଂସରେ ଏହି ଘଟଣା ଘଟିଥିଲା। ଶ୍ରୀଲଙ୍କା ପେସର ବିଶ୍ୱା ଫର୍ନାଣ୍ଡୋଙ୍କ ବଲକୁ ପୁଲ କରି ବଡ଼ ଛକା ଲଗାଇଥିଲେ ରୋହିତ। ଡି’ କର୍ପୋରେଟ୍‌ ବକ୍ସରେ ବସିଥିବା ୨୨ ବର୍ଷୀୟ ଦର୍ଶକଙ୍କ ନାକରେ ବଲ ବାଜିଥିଲା।

ଉକ୍ତ ଦର୍ଶକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏକ୍ସ ରେ ପାଇଁ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ରିପୋର୍ଟରେ ତାଙ୍କ ନାକର ହାଡ଼ ଭାଙ୍ଗିଥିବା ଡାକ୍ତର କହିଛନ୍ତି।

Share