Categories: ଖେଳ

ଟି-୨୦କୁ ଫେରିଲେ ରୋହିତ, ବିରାଟ

ନୂଆଦିଲ୍ଲୀ,୭।୧: ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଆହତ ଜନିତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ରବୀନ୍ଦ୍ର ଜାଡେଜା, କେ.ଏଲ୍‌ ରାହୁଲ ମଧ୍ୟ ଦଳରେ ନାହାନ୍ତି।

କିଛି ଦିନ ହେଲା ଚୟନକର୍ତ୍ତା ରୋହିତ ଏବଂ ବିରାଟଙ୍କୁ ଦଳରେ ସୁଯୋଗ ଦେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଉଇକେଟ କିପର ଇଶାନ କିଷନଙ୍କ ନାଁ ମଧ୍ୟ ଦଳରେ ନାହିଁ। ସଞ୍ଜୁ ସାମ୍‌ସନ ଓ ଜିତେଶ ଶର୍ମା ଉଇକେଟ ରକ୍ଷକ ଭାବେ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ୍‌ ଗିଲ, ଯଶସ୍ବୀ ଜୟସୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା(ଉଇକେଟ କିପର), ସଞ୍ଜୁ ସାମସନ (ଉଇକେଟ କିପର), ଶିବମ୍‌ ଦୁବେ, ୱାଶିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ନୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆବେଶ ଖାନ୍‌ ଓ ମୁକେଶ କୁମାର।

Share