Categories: ଖେଳ

ଅଲିମ୍ପିକ୍ସରେ ରୋହିତ, ବିରାଟଙ୍କ ସମେତ ଏହି କ୍ରିକେଟରଙ୍କ ଖେଳିବା କଷ୍ଟକର

ନୂଆଦିଲ୍ଲୀ,୧୬।୧୦: କ୍ରିକେଟ ଆନୁଷ୍ଠାନିକ ଭାବେ ଅଲିମ୍ପିକ୍ସର ଏକ ଅଂଶ ହୋଇଛି। ୨୦୨୮ରେ ଲସ ଆଞ୍ଜେଲସରେ ଖେଳାଯିବାକୁ ଥିବା ଅଲିମ୍ପିକ ଗେମ୍ସରେ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଅନୁମୋଦନ କରିଛି। ୧୪୩ ବର୍ଷ ପରେ କ୍ରିକେଟ ପୁଣି ଥରେ ଅଲିମ୍ପିକ ଗେମ୍ସରେ ସ୍ଥାନ ପାଇଛି। ହେଲେ ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଷ୍ଟାର ଖେଳାଳିଙ୍କ ପାଇଁ ଅଲିମ୍ପିକ ଖେଳିବା ଅତ୍ୟନ୍ତ କଷ୍ଟକର ହୋଇଯିବ।

ବୟସ ଯୋଗୁ ଅନେକ ତାରକା ଭାରତୀୟ କ୍ରିକେଟର ଲସ ଆଞ୍ଜେଲସ ୨୦୨୮ଅଲିମ୍ପିକ୍ସରେ ଖେଳାଯିବାକୁ ଥିବା କ୍ରିକେଟର ଅଂଶ ହୋଇପାରିବେ ନାହିଁ। ୨୦୨୮ ସୁଦ୍ଧା, ଅନେକ ଭାରତୀୟ ଖେଳାଳି ଅବସର କିମ୍ବା ସନ୍ୟାସ ନେଇସାରିଥିବେ। ଏଭଳି ପରିସ୍ଥିତିରେ ଷ୍ଟାର ଭାରତୀୟ ଖେଳାଳିଙ୍କ ପାଇଁ ଖେଳିବା ବହୁତ କଷ୍ଟସାଧ୍ୟ ହୋଇପାରେ।

ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ୨୦୨୩ ସୁଦ୍ଧା ୩୬ ବର୍ଷ ହୋଇଛି। ଅଲିମ୍ପିକ୍ସ ୨୦୨୮ରେ ତାଙ୍କୁ ୪୧ ବର୍ଷ ବୟସ ହୋଇଥିବ। ଏଭଳି ପରିସ୍ଥିତିରେ ୪୧ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରହିବାର ସମ୍ଭାବନା କମ୍‌। ବର୍ତ୍ତମାନ ବିରାଟ କୋହଲିଙ୍କ ବୟସ ୩୪ ବର୍ଷ ଏବଂ ୨୦୨୮ ଅଲିମ୍ପିକ୍ସ ସୁଦ୍ଧା ତାଙ୍କୁ ୩୯ ବର୍ଷ ହୋଇଥିବ। ତେଣୁ ତାଙ୍କର ଖେଳିବାର ସମ୍ଭାବନା ମଧ୍ୟକମ୍‌ ବୋଲି କୁହାଯାଉଛି।

ଏହା ବ୍ୟତୀତ, ଯଦି ଆମେ ସୂର୍ଯ୍ୟକୁମାର ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଦେଖିବା, ତେବେ ବର୍ତ୍ତମାନ ସୂର୍ଯ୍ୟଙ୍କ ବୟସ ୩୩ ବର୍ଷ, ଯାହା ଅଲିମ୍ପିକ୍ସ ୨୦୨୮ରେ ୩୮ ବର୍ଷ , ରବୀନ୍ଦ୍ର ଜାଡେଜାଙ୍କୁ ବର୍ତ୍ତମାନ ୩୪ ବର୍ଷ ହୋଇଥିବାବେଳେ ତାଙ୍କୁ ଅଲିମ୍ପିକ୍ସ ୨୦୨୮ରେ ୩୯ ହୋଇଥିବ। ଏଭଳି ପରିସ୍ଥିତିରେ ଉଭୟ ବ୍ୟାଟ୍ସମ୍ୟାନ ଖେଳିବା ଏତେ ସହଜ ହେବ ନାହିଁ। ତେବେ ଦଳରେ ଅନେକ ଯୁବ ବ୍ୟାଟ୍ସମ୍ୟାନ ମଧ୍ୟ ଉପସ୍ଥିତ ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସରେ ଖେଳିବାକୁ ପ୍ରାୟ ନିଶ୍ଚିତ।

Share