Categories: ଖେଳ

ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ପ୍ରଥମ ସିରିଜ୍‌ ଖେଳିବେ ରୋହିତ

ନୂଆଦିଲ୍ଲୀ, ୩୦।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଆଇସିସି ଟି-୨୦ ବିଶ଼୍ବକପ୍‌ ଚାମ୍ପିୟନ କରିବା ପରେ କ୍ୟାପ୍ଟେନ୍‌ ରୋହିତ ଶର୍ମା ପ୍ରଥମ ସିରିଜ୍‌ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଆଇସିସି ଟ୍ରଫି ଜିତିବା ପରେ ସେ ବ୍ରେକ୍‌ ନେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ନୂଆ କୋଚ୍‌ ଗୌତମ ଗମ୍ଭୀରଙ୍କ ଅନୁରୋଧ କ୍ରମେ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ୱାନ୍‌ଡେ ସିରିଜ୍‌ ଖେଳିବା ପାଇଁ ଶ୍ରୀଲଙ୍କା ପହଞ୍ଚିଛନ୍ତି ରୋହିତ । ଭାରତୀୟ ଟିମ୍‌ ବର୍ତ୍ତମାନ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳୁଥିବା ବେଳେ ସେଥିରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ଆଗୁଆ ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ଼୍ବରେ ଖେଳୁଛି ଦଳ ।

ଟି -୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟକୁ ବିଦାୟ ଦେଇଥିବା ରୋହିତ ଶର୍ମା ପ୍ରଥମ ଓଡିଆଇ ସିରିଜରେ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଟିମ ଇଣ୍ଡିଆ ଅଗଷ୍ଟ ୨ରୁ ତିନି ମ୍ୟାଚ ବିଶିଷ୍ଟ ଓଡିଆଇ ସିରିଜ ଆରମ୍ଭ କରିବ । କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ଼୍ବରେ ଦଳ ମୈଦାନକୁ ଓହ୍ଲାଇବ ।

Share