Categories: ଖେଳ

ଦଳରୁ ଶତକ-ଦ୍ୱିଶତକ ମାରିଥିବା ଖେଳାଳି ବାହାର, ଚମକାଇଲା ରୋହିତଙ୍କ ନିଷ୍ପତ୍ତି

ଗୁଆହାଟି,୧୦।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ଗୁଆହାଟିର ବାରସପାରା ଷ୍ଟାଡିୟମରେ ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଉଛି। ତେବେ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ନିଷ୍ପତ୍ତି ନେଇ ପ୍ରଶଂସକଙ୍କୁ ଚମକାଇଛନ୍ତି। ସେ ଗତ ଦିନିକିଆ ସିରିଜରେ ଦ୍ୱିଶତକ ଲଗାଇଥିବା ଇଶାନ କିଷନଙ୍କୁ ଦଳରୁ ବାଦ୍‌ ଦେଇଛନ୍ତି। ତାଙ୍କ ସ୍ଥାନରେ ଓପନର ଭାବେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେହିଭଳି ଟି୨୦ ବିଶ୍ୱ ର଼୍ୟାଙ୍କିଂରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟରଙ୍କୁ ଦଳରେ ନିଆଯାଇଛି। ଏହାଛଡ଼ା ଏକାଦଶରେ କୁଲଦୀପ ଯାଦବ ଏବଂ ଓ୍ବାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ପାଇନାହାନ୍ତି। ପ୍ରଶଂସକଙ୍କୁ ଏହି ନିଷ୍ପତ୍ତି ଚକିତ କରିଛି।

Share