ଏମ୍ ରାମପୁର,୬।୨(ଡି.ଏନ୍.ଏ.): ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି । ଶୋକାକୁଳ ପରିବେଶରେ ଗାଁରେ ରୋହିତଙ୍କର ମୃତଦେହ ସତ୍କାର କରାଯାଇଛି। ସିଆରପିଏଫ୍ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ପୋଷ୍ଟର ମାରିଥିଲେ । ପୋଲିସକୁ ଟାର୍ଗେଟ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ ଲଗାଇଥିଲେ । ହେଲେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ ଭାଙ୍ଗି ଚୁରମାର ହୋଇଯାଇଥିଲା ।