‘ଓଡ଼ିଶା ପ୍ରଦେଶ ଗଠନରେ ବିଜୁବାବୁଙ୍କ ଭୂମିକା’

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବୁଧବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜୁ ଜନତା ଦଳ ଦିଗପହଣ୍ଡି ବ୍ଲକ ଏବଂ ନଗର କମିଟି ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକସ୍ଥିତ ଏନ୍‌ଏସି କଲ୍ୟାଣମଣ୍ଡପ ପରିସରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବିଜୁବାବୁଙ୍କ ଭୂମିକା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଜେଡି ଦିଗପହଣ୍ଡି ବ୍ଲକ ସଭାପତି ତଥା ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ଓ ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦିଗପହଣ୍ଡି ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, ଭି. ରବିନାରାୟଣ ରାଜୁ , ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶମ୍ଭୁ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାକୁଡ଼, ପ୍ରାକ୍ତନ କାଉନସିଲର ନିରୂପମା ପଟ୍ଟନାୟକ, ଏନ୍‌ଏସି କାଉନସିଲର ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, କରିସ୍ମା ନାୟକ, ମହିଳା ବିଜେଡି କାର୍ଯ୍ୟକର୍ତ୍ତା ଅନିତା ବେହେରା, ଶିବଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ଶିଶିର ପ୍ରଧାନ, ଜିଲା ପରିଷଦ ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ, ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ, ନୀଳ ମାଧବ ପଟ୍ଟନାୟକ, ତାରକେଶ୍ବର ଦୋରା, ରାମେଶ୍ବର ପାଣିଗ୍ରାହୀ, ସୀମାଞ୍ଚଳ ଗୌଡ଼, ତ୍ରିପତି ପ୍ରଧାନ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୂର୍ବାହ୍ନରେ ଦିଗପହଣ୍ଡି ପୁଞ୍ଜିକୟାଁ ଚାରି ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ...

ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ...

ସାମ୍ବାଧାନିକ ନୀତି, ନିୟମ, ଶିକ୍ଷାକୁ ନେଇ ସଚେତନତା

ଭଞ୍ଜନଗର,୨୭ା୪(ବାବୁଲା ପ୍ରଧାନ): ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଭେଜିପୁଟଠାରେ କାଳଞ୍ଜି ସମାଜର ସାମ୍ବିଧାନିକ ବୈଠକ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ...

UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳତା

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ...

ବିଶ୍ୱ ଏକତା, ବିଶ୍ୱାସର ବିକାଶ ପାଇଁ ରାଜଯୋଗ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ସ୍ତ୍ରୀଙ୍କୁ ମର୍ଡର କରିବାକୁ ଆସି ବାପଘର ଲୋକଙ୍କ ପାଲଟା ଆକ୍ରମଣରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଜଟଣୀ,୨୭ା୪: ଖୋର୍ଦ୍ଧା ଜିଲା ଜଟଣୀ ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶ୍ବଶୁର ଘରେ ଶାଶୁ, ସ୍ତ୍ରୀକୁ ଆକ୍ରମଣ ବେଳେ...

ବାହାଘର ଭୋଜି ଖାଇବାକୁ ଯାଇ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଗଲା

ନୟାଗଡ଼,୨୭ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ନୂଆଗାଁ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image