ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବୁଧବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜୁ ଜନତା ଦଳ ଦିଗପହଣ୍ଡି ବ୍ଲକ ଏବଂ ନଗର କମିଟି ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକସ୍ଥିତ ଏନ୍ଏସି କଲ୍ୟାଣମଣ୍ଡପ ପରିସରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବିଜୁବାବୁଙ୍କ ଭୂମିକା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଜେଡି ଦିଗପହଣ୍ଡି ବ୍ଲକ ସଭାପତି ତଥା ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ଓ ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦିଗପହଣ୍ଡି ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, ଭି. ରବିନାରାୟଣ ରାଜୁ , ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶମ୍ଭୁ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାକୁଡ଼, ପ୍ରାକ୍ତନ କାଉନସିଲର ନିରୂପମା ପଟ୍ଟନାୟକ, ଏନ୍ଏସି କାଉନସିଲର ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, କରିସ୍ମା ନାୟକ, ମହିଳା ବିଜେଡି କାର୍ଯ୍ୟକର୍ତ୍ତା ଅନିତା ବେହେରା, ଶିବଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ଶିଶିର ପ୍ରଧାନ, ଜିଲା ପରିଷଦ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ, ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ, ନୀଳ ମାଧବ ପଟ୍ଟନାୟକ, ତାରକେଶ୍ବର ଦୋରା, ରାମେଶ୍ବର ପାଣିଗ୍ରାହୀ, ସୀମାଞ୍ଚଳ ଗୌଡ଼, ତ୍ରିପତି ପ୍ରଧାନ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୂର୍ବାହ୍ନରେ ଦିଗପହଣ୍ଡି ପୁଞ୍ଜିକୟାଁ ଚାରି ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।