ରାଷ୍ଟ୍ର ନିର୍ମାଣରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ହରିଚନ୍ଦନ

ଭୁବନେଶ୍ୱର,୨୯।୬ (ଅଭୟ ଦାଶ): ଦେଶ ହେଉ ବା ପ୍ରଦେଶର ବିକାଶ ପାଇଁ ଠିକ୍‌ ଅର୍ଥ ବ୍ୟବସ୍ଥାର ବଳିଷ୍ଠ ପରିଚାଳନା ଆବଶ୍ୟକ ରହିଛି। ସେହି ଅର୍ଥ ବ୍ୟବସ୍ଥାର ପରିଚାଳନା ଓ ଉଚିତ ହିସାବପତ୍ର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥାଏ। ଏହାର ଦାୟିତ୍ୱ ବିଶେଷ କରି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ ଉପରେ ନ୍ୟସ୍ତ ଥିଲାବେଳେ ସେମାନଙ୍କର କଠିନ ପରିଶ୍ରମ ଓ ଗୁଣାତ୍ମକ ହିସାବ ରାଷ୍ଟ୍ର ନିର୍ମାଣରେ ବେଶ୍‌ ସହାୟକ ହୋଇଥାଏ ବୋଲି ୨ଦିନିଆ ଜାତୀୟ ସିଏ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟନ୍ସ ଅଫ୍‌ ଇଣ୍ଡିଆ ବା ଆଇସିଏଆଇର କଟକ ଶାଖା (ଇଆଇଆର୍‌ସି) ପକ୍ଷରୁ ୨ଦିନିଆ ଜାତୀୟ ସିଏ ସମ୍ମିଳନୀ-୨୦୨୪ ଶୁକ୍ରବାର ଭୁବନେଶ୍ୱରର ପାହାଳସ୍ଥିତ ହୋଟେଲ ପାଲ୍‌ହାଇଟ ମନ୍ତ୍ରାଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆଇନମନ୍ତ୍ରୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଆଇଓସିଏଲ୍‌ର ନିର୍ଦ୍ଦେଶକ (ଅର୍ଥ) ସିଏ ଅନୁଜ ଜୈନଙ୍କ ସମେତ ଆଇସିଏଆଇର ସଭାପତି ସିଏ ରଞ୍ଜିତ କୁମାର ଅଗ୍ରଓ୍ବାଲ,ପିଡି ସିଏ ସୁଶୀଲ କୁମାର ଗୋଏଲ, ଅଧ୍ୟକ୍ଷ (ଇଆଇଆର୍‌ସି) ସିଏ ସଞ୍ଜୀବ ସାଂଘୀ, ଅଧ୍ୟକ୍ଷ କଟକ ଶାଖା ସିଏ ରତ୍ନା ରଚିତା ମହାନ୍ତି, ଅଧ୍ୟକ୍ଷ ଓସି ସିଏ ସୌର୍ଯ୍ୟପ୍ରକାଶ ମହାପାତ୍ର ଏବଂ ସମ୍ପାଦକ କଟକ ଶାଖା ସିଏ ଶିବା ଅଗ୍ରଓ୍ବାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆଇସିଏଆଇର ଅଧ୍ୟକ୍ଷ କଟକ ଶାଖା ସିଏ ରତ୍ନା ରଚିତା ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ ସହ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ଆଇସିଏଆଇର ସଭାପତି ସିଏ ରଞ୍ଜିତ କୁମାର ଅଗ୍ରଓ୍ବାଲ ବର୍ତ୍ତମାନ ପରିସ୍ଥିତିରେ ସିଏମାନଙ୍କର ଦାୟିତ୍ୱ ଓ ଗୁଣାତ୍ମକ ସେବା ଏବଂ କଠିନ ପରିଶ୍ରମ ବିଷୟରେ ବିସ୍ତୃତ ଆଲୋଚନା ସହ ସେମାନଙ୍କର ଗୁରୁଦାୟିତ୍ୱ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ସେହିଭଳି ମନ୍ତ୍ରୀ ହରିଚନ୍ଦନ ରାଜ୍ୟର ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ମତବ୍ୟକ୍ତ କରିବା ସହିତ ରାଜ୍ୟର ବିକାଶ ପାଇଁ ସିଏମାନଙ୍କର ସହଯୋଗ ଲୋଡ଼ିଥିଲେ। ଏପରିକି ସାରା ଦେଶରେ ପ୍ରାୟ ୨ଲକ୍ଷରୁ ଅଧିକ ସିଏ ଏବଂ ୪ଲକ୍ଷରୁ ଊର୍ଦ୍ଧ୍ୱ ସିଏ ଛାତ୍ରୀଛାତ୍ର ବିଭିନ୍ନ ଶାଖାରେ ଅଧ୍ୟୟନ କରୁଥିବା ମନ୍ତ୍ରୀ ମତପ୍ରକାଶ କରିଥିଲେ। ସେହିପରି ସମ୍ମିଳନୀର ପ୍ରଥମ ଦିନରେ ୩ଟି ଟେକ୍ନିକାଲ ସେସନ ଜିଏସ୍‌ଟି, ଏଆଇ ଏବଂ କର୍ପୋରେଟ ଲ ଉପରେ ଅଭିଜ୍ଞ ସିଏ ବିଶେଷଜ୍ଞମାନଙ୍କୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୬୦୦ ସିଏ ଓ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

ଇଣ୍ଡିଆ ପୋଷ୍ଟ ସହ ଆମାଜନ୍‌ର ବୁଝାମଣା

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆ ପୋଷ୍ଟ ଏବଂ ଆମାଜନ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆମାଜନ୍‌ ଟ୍ରାନ୍ସପୋର୍ଟେଶନ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଡିପାର୍ଟମେଣ୍ଟ ଅଫ୍‌...

ରିଲାଏନ୍ସ ଟ୍ରେଣ୍ଡ୍‌ସର ଶରତ-ଶୀତ କଲେକ୍ସନ

ମୁମ୍ବାଇ,୫।୧୦: ଚଳିତ ବର୍ଷର ପାର୍ବଣ ପାଇଁ ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏପରିକି ପ୍ରତ୍ୟେକ ଦିନ କମ୍‌ ମୂଲ୍ୟର ଚିନ୍ତାଧାରା ସହ ଆରମ୍ଭ...

ଶେୟାର ବଜାର କାରବାରରେ ହ୍ରାସ

ନୂଆଦିଲ୍ଲୀ,୫।୧୦: କ୍ରମାଗତ ପଞ୍ଚମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୫ମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ...

ପାତ୍ର ଇଲେଟ୍ରୋନିକ୍ସର ବିଗ୍‌ ଫେଷ୍ଟିଭାଲ ସେଲ୍‌

ଭୁବନେଶ୍ୱର,୪।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍‌ ପାତ୍ର ଇଲେଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ବିଗ୍‌ ଫେଷ୍ଟିଭାଲ ସେଲ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ୨୦୨୪...

ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୪।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧିଜନିତ ମାନ୍ଦାବସ୍ଥାର ବଡ଼ ଧରଣ ପ୍ରଭାବ ଭାରତୀୟ ପୁଞ୍ଜିବଜାର କାରବାର ଉପରେ ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri