Categories: ବାଣିଜ୍ୟ

ଶାସନନୀତିରେ ସଚିବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୩।୪: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରି ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଭୁବନେଶ୍ୱର ଅଧ୍ୟାୟ ପକ୍ଷରୁ ‘ଶକ୍ତିର ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାଲକୋର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, କମ୍ପାନୀର ଉତ୍ତମ ଶାସନ ନୀତି ପାଇଁ କମ୍ପାନୀ ସଚିବଙ୍କ ପରି ପ୍ରଫେସନାଲମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ପାତ୍ର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳି ଭାରତୀୟ ରପ୍ତାନି ସଙ୍ଗଠନ ଫେଡେରେଶନ ଓଡିଶା ଅଧ୍ୟାୟର ମୁଖ୍ୟ କମଳାକାନ୍ତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ନେଇ ଏକ୍ସାଇମ୍‌ ପଲିସି ଏବଂ ଔଦ୍ୟୋଗିକୀକରଣର ବହୁମୁଖୀ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ।

ଉଲ୍ଲେଖଯୋଗ୍ୟ ସିଏସ୍‌ ନେହା ସୋମାନି ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ଏବଂ ଆର୍ବିଟ୍ରେସନ୍‌ ପଦ୍ଧତି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉକ୍ତ କର୍ମଶାଳାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ଅଧ୍ୟକ୍ଷ ସିଏସ୍‌ ସୌମ୍ୟ ସୁଜିତ ମିଶ୍ର, ଭୁବନେଶ୍ୱର ଅଧ୍ୟାୟର ଅଧ୍ୟକ୍ଷ ସିଏସ୍‌ ବିମଲ ପ୍ରସାଦ ପଟ୍ଟନାୟକ, ଉପାଧ୍ୟକ୍ଷା ସିଏସ ସସ୍ମିତା ପଣ୍ଡା ଏବଂ ପରିଚାଳନା କମିଟି ସଦସ୍ୟ ସିଏସ୍‌ ନୀଳକଣ୍ଠ ସାମଲ ପ୍ରମୁଖ କର୍ମଶାଳାରେ ଅଂଶ ଗ୍ରହଣ କରି ବିସ୍ତୃତ ଆଲୋଚନା କରିଥିଲେ।

 

Share