Categories: ବାଣିଜ୍ୟ

ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୭।୮: ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀର ଲୋକପ୍ରିୟ ବ୍ରାଣ୍ଡ୍‌ ରୂପ ମନ୍ତ୍ରା ପରିବାର ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ କମ୍ପାନୀର ଚଣ୍ଡିଗଡସ୍ଥିତ ମୁଖ୍ୟାଳୟ ପରିସରରେ ପାଳନ କରାଯାଇଥିଲା। ଏପରିକି ରୂପ ମନ୍ତ୍ରା ପରିବାର ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ଏମ୍‌ଡି ଡ. ସଞ୍ଜୀବ ଜୁନେଜା କହିଛନ୍ତି, ଦେଶର ବିକାଶ ପାଇଁ ଯୁବବର୍ଗଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଯୁବ ଶକ୍ତି ଏକ ଶକ୍ତିଶାଳୀ ଏବଂ ବିକଶିତ ରାଷ୍ଟ୍ର ଗଠନ କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜୁନେଜା ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଯୁବ ଦିବସର ଆଭିମୂଖ୍ୟ ଓ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଚର୍ମ ରୋଗରେ ଯୁବ ବର୍ଗ ସନ୍ତୁଳିତ ହେଉଛନ୍ତି। ବିଶେଷ କରି ଚର୍ମ ରୋଗର ସମାଧାନ ପାଇଁ ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡ ନିକଟରେ ରୂପ ମନ୍ତ୍ରା ନାମରେ ଏକ ଗୁଣାତ୍ମକ ଆୟୁର୍ବେଦ ଔଷଧର ଶୁଭାରମ୍ଭ କରିଥିଲା।

Share