ଆଜିଠୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟରେ ‘ମୋ ବସ୍‌’ ସେବା ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୭ଟି ବସ ଚାଲିବ। ସକାଳ ୭ରୁ ସା ୬ ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି॥ ଲକଡାଉନ କାରଣରୁ ଦୀର୍ଘ ଦୁଇ ମାସ ହେବ ଏହି ସେବା ବନ୍ଦ ରହିଥିଲା। କେବଳ ଜରୁରିକାଳୀନ ସେବା ପାଇଁ କେତୋଟି ବସ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟରେ ଆଂଶିକ ଲକଡାଉନ ଜାରି ହୋଇଥିବାରୁ ୧୬ଟି ରୁଟରେ ପୁଣିଥରେ ବସ ସେବା ଆରମ୍ଭ ହୋଇଛି। କୋଭିଡ ଗାଇଡ୍‌ଲାଇନ୍‌ ପାଳନ କରି ବସ ଚଳାଚଳ କରିବ। କୌଣସି ବି ଯାତ୍ରୀ ବିନା ମାସ୍କରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଯେତିକି ସିଟ୍‌ ସେତିକି ଯାତ୍ରୀ କେହି ଛିଡ଼ା ହୋଇଯାଇ ପାରିବେ ନାହିଁ।

Share