ପରୀକ୍ଷାମୂଳକ ଭାବେ ବାଇପାସ ରାସ୍ତାରେ ଗଡ଼ିଲା ଗାଡ଼ି

ଜମନକିରା,୭ା୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବାଇପାସ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ପରୀକ୍ଷାମୂଳକ ଭାବେ ଭାରିଯାନ ଛଡ଼ା ଯାଇଛି। ତେବେ ଆନୁଷ୍ଠାନିକ ଭାବେ ଆଗାମୀ ୭ ଦିନ ମଧ୍ୟରେ ଏହି ରାସ୍ତାରେ ସମସ୍ତ ଭାରିଯାନ ଛଡ଼ାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୭ରୁ ଏହି ବାଇପାସ ରାସ୍ତା ନିର୍ମାଣାଧୀନ ଥିଲା। ଲୋକେ ରାସ୍ତା ସରୁ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ଥର ଲୋକେ ଆନ୍ଦୋଳନ ମଧ୍ୟ କରିଥିଲେ। ସଂପୃକ୍ତ ଠିକାସଂସ୍ଥାଗୁଡ଼ିକର ମନମାନି ଯୋଗୁ ରାସ୍ତା ହେବାରେ ୫ ବର୍ଷ ବିତିଗଲା। ବହୁ ପ୍ରତୀକ୍ଷା ପରେ ଶନିବାର ରାତିରୁ ପରୀକ୍ଷାମୂଳକ ଭାବେ ବାଇପାସ ରାସ୍ତାରେ ଗାଡ଼ି ଛଡାଯାଉଛି।

Share