ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୮ରେ ଭିଡିଓ କନ୍ଫରେନ୍ସ ଯୋଗେ ୧୦୦ତମ କିଷାନ ରେଳର ଶୁଭାରମ୍ଭ କରିବେ। ଏହା ମହାରାଷ୍ଟ୍ରର ସାଙ୍ଗୋଲାଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପୀୟୂଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ। ବହୁମୁଖୀ ମାଲବାହୀ ସେବାରେ ଫୁଲକୋବି, କ୍ୟାପ୍ସିକମ୍, ବନ୍ଧାକୋବି, ସଜନାଛୁଇଁ, ଲଙ୍କା, ପିଆଜ ଇତ୍ୟାଦି ପରିବା ସହ ଅଙ୍ଗୁର, କମଳା, ଡାଳିମ୍ବ, କଷ୍ଟାର୍ଡ, ଆପଲ ଇତ୍ୟାଦି ଫଳ ଏହି ଟ୍ରେନରେ ପରିବହନ ହେବ। ସମସ୍ତ ଷ୍ଟପେଜ ଷ୍ଟେଶନରେ ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନ୍ଲୋଡିଂ ପାଇଁ ଅନୁମତି ଦିଆଯିବ। ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବ୍ସିଡି ୫୦%କୁ ବୃଦ୍ଧି କରିଛନ୍ତି।