ବ୍ରହ୍ମବରଦା,୧୫୪(ଡି.ଏନ.ଏ.): ରାଜ୍ୟରେ ଦିନକୁଦିନ ବଢ଼ିଚାଲିଛି ଚୋରି ଓ ରାହାଜାନି। ଦୁଇଚକିଆ ଯାନର ଅହେତୁକ ବୃଦ୍ଧି ଯୋଗୁ କିଛିଲୋକ ନିଶା କାରବାର ଓ ଅସାମାଜିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅନ୍ୟ ଗାଡ଼ିର ନମ୍ବର ପ୍ଲେଟ୍ ଏବଂ ଚୋରାଗାଡ଼ି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ସଦର ଥାନା ଅର୍ନ୍ତଗତ କବିରପୁରଠାରେ। କବିବରପୁରର ଜଣେ ଗାଡ଼ି ମାଲିକ ଜୟୀରମ ପାତ୍ର ଏକ ବର୍ଷ ହେବ ବାହାର ରାଜ୍ୟରେ ରହି କାମ କରୁଛନ୍ତି। ତାଙ୍କ ବାଇକ୍ ନଂ.(ଓଡି-୦୫-ଏ-୯୧୩୭) ଘରେ ଥୁଆ ହୋଇଛି। ଗାଡ଼ିର ଇନ୍ସ୍ୟୁରାନ୍ସ ମଧ୍ୟ ରହିଛି। ହେଲେ ତାଙ୍କ ବାଇକ୍ ନମ୍ବରରେ ଚାଲାଣ କଟିଛି। ଗଜପତି ଜିଲା ଆର୍ଟିଓ ସାନ୍ତନୁ କୁମାର ପରିଡ଼ାଙ୍କ ଦ୍ୱାରା ୦୧ା୦୪ା୨୦୨୩ (ଶନିବାର)ରେ ୮୦୦୦ ଟଙ୍କାର ଚାଲାଣ କଟାଯାଇଛି। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଉଥିବା ହେତୁ ୫୦୦୦ ଟଙ୍କା, ଗାଡ଼ିର ଇନ୍ସ୍ୟୁରାନ୍ସ ନ ଥିବାରୁ ୨୦୦୦ ଟଙ୍କା ଏବଂ ବିନା ହେଲ୍ମେଟ୍ରେ ଗାଡ଼ିଚାଳନା ହେତୁ ୧୦୦୦ଟଙ୍କା ଚାଲାଣ କଟିଛି। ହେଲେ ଏହା କିପରି ଘଟିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଚଳାଚଳ କରୁଛି। ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଜୟୀରାମଙ୍କ ଭଳି ବ୍ୟକ୍ତି ଅଯଥାରେ ଦଣ୍ଡ ଭୋଗୁଛନ୍ତି। ସରକାରଙ୍କ ତରଫରୁ ଏହାର ତଦନ୍ତ କରିବାକୁ ଜୟୀରାମ ଦାବି କରିଛନ୍ତି। ଏ ସମ୍ପର୍କରେ ଗଜପତି ଆର୍ଟିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।