ଆମ୍ବୁଲାନ୍ସ୍‌ରେ ରୋମାନ୍ସ: ଧରାପଡ଼ି ୩ ଯୁବକ, ଜଣେ ଯୁବତୀ ଜେଲ୍‌ ଗଲେ…

ବାରାଣସୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କୁ ନେବା ଆଣିବା ଲାଗି ଆମ୍ବୁଲାନ୍ସ୍‌ ବି ମିଳୁନି। ମାତ୍ର ଆମ୍ବୁଲାନ୍ସ୍‌ ଭିତରେ ରୋମାନ୍ସ୍‌ କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ି ୩ ଯୁବକ ଏବଂ ଜଣେ ଯୁବତୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ବାରାଣସୀର ରାମନଗର ଥାନା ଅଞ୍ଚଳର ସୁଜାବାଦଠାରେ ଘଟିଛି। ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ଏହି ଅଞ୍ଚଳର ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇପଡ଼ିଥିବାବେଳେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଜୋର୍‌ରେ ଦୋହଲିବା ଆରମ୍ଭ କରିଥିଲା। ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଭୟରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ୍‌ର ଡୋର୍‌ କରି ଭିତରେ ରୋମାନ୍ସ୍‌ କରୁଥିତ୍ବା ୩ ଯୁବକ ଏବଂ ଜଣେ ଯୁବତୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଥିଲେ। ଏହାପରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯିବା ସହିତ ଆମ୍ବୁଲାନ୍ସ୍‌କୁ ଜବତ କରାଯାଇଥିବା ଏସିପି ପ୍ରବୀଣ ସିଂ ସୂଚନା ଦେଇଛନ୍ତି।

Share