Categories: ଫୁରସତ

ଚଳନ୍ତା ସ୍କୁଟି ଉପରେ ମଝି ରାସ୍ତାରେ ରୋମାନ୍ସ, ଯୁବତୀ ଯୁବକଙ୍କୁ ଧରି…

ଚଳନ୍ତା ସ୍କୁଟି ଉପରେ ରୋମାନ୍ସ, ଜଣେ ଯୁବତୀ ଯୁବକ ମଝି ରାସ୍ତାରେ ସ୍କୁଟି ଚଳାଇବା ସହ ତାହା ଉପରେ ବସି ରୋମାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇର ଏହି ଜୋଡି ଦ୍ରୁତ ଗତିରେ ସ୍କୁଟି ଚଳାଇ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ସ୍କୁଟିରେ ଥିବା ଯୁବତୀ ଜଣଙ୍କ ଯୁବକଙ୍କ ପଟକୁ ସାମ୍ନା କରି ବସିଛନ୍ତି। ଦୁହେଁ ପରସ୍ପରକୁ ଜୋରରେ ଯାବୁଡି ଧରିବା ସହ ଏକ ସଲ ଘୋଡି ହୋଇଛନ୍ତି। ବ୍ୟସ୍ତବହୁଳ ରାସ୍ତାରେ ବିନା ହେଲମେଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଭିଡିଓକୁ ବାନ୍ଦ୍ରା ବଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ବିରୋଧ କରାଯାଇଛି। ଅନେକ ଲୋକ ଦାୟିତ୍ୱହୀନ ଏବଂ ଅଶ୍ଳୀଳ ଆଚରଣ ପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି। ମୁମ୍ବାଇ ଟ୍ରାଫିକ ପୋଲିସ ଏଥିପ୍ରତି ଧ୍ୟାନ ଦେବା ସହ ସେମାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Share