ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ହେଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମ ଖ୍ରୀଷ୍ଟମାସ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ରାଘବ ଚଢାଙ୍କ ସହ ସେ ଲଣ୍ଡନରେ ପହଞ୍ଚିଛନ୍ତି। ସେଠାରୁ ରୋମାଣ୍ଟିକ ଫଟୋ ଶେୟାର କରି ରାଘବଙ୍କ ପାଇଁ ଏକ ସୁନ୍ଦର ନୋଟ ଲେଖିଛନ୍ତି।
ପରିଣୀତି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଖ୍ରୀଷ୍ଟମାସ ସେଲିବ୍ରେଶନର କିଛି ଝଲକ ଶେୟାର କରିଛନ୍ତି। ଏଥିରେ ସେ ରାଘବଙ୍କ ସହ ଖୁସି ଥିବା ନଜର ଆସିଥିଲେ। ଫଟୋ ଶେୟାର କରି ପରିଣୀତି ଲେଖିଛନ୍ତି, ମୁଁ ମୋର ସାଣ୍ଟା ଉପରେ ସାରା ଜୀବନ ପଡୁଛି …’ ପରିଣୀତି ଏହି ଫଟୋଗୁଡ଼ିକରେ ତାଙ୍କର ସୁସ୍ବାଦୁ ଖାଦ୍ୟର ଝଲକ ମଧ୍ୟ ଦେଖାଇଛନ୍ତି।
ପରିଣୀତି ଏବଂ ରାଘବ ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ବିବାହ କରିଥିଲେ। ଦୁହେଁ ରାଜସ୍ଥାନରେ ରାଜକୀୟ ଶୈଳୀରେ ବିବାହ କରିଥିଲେ।

Share