ଦେଡ଼ଶାଶୁଙ୍କ ସହ ରୋମାନ୍ସ କରିଛନ୍ତି ଏହି ଅଭିନେତା: ଆଜି ବି ମନେ ଅଛି ଏହି ହିଟ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର ଦେଡ଼ଶାଶୁ ହୋଇଥିବେ ବା ଆଉ କିଛି। ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମରେ ସମ୍ପର୍କୀୟଙ୍କ ସହିତ ରୋମାଣ୍ଟିକ୍‌ ସିନ୍‌ କରିଛନ୍ତି। ଏକାଠି କାମ କରି ସେମାନେ ଏକ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ ….

ସୈଫ ଅଲ୍ଲୀ ଖାନ୍‌-କରିସ୍ମା କପୁର

ସମସ୍ତେ ଜାଣନ୍ତି ଯେ ଅଭିନେତ୍ରୀ କରିସ୍ମା କପୁର ଏବଂ କରିନା କପୁର ଦୁଇ ଭଉଣୀ। ଅଭିନେତା ସୈଫ ଅଲ୍ଲୀ ଖାନ୍‌ କରିନାଙ୍କ ସ୍ବାମୀ। ସେହି ଅନୁଯାୟୀ, କରିସ୍ମା ସମ୍ପର୍କରେ ଦେଡ଼ଶାଶୁ। ସୈଫ ଏବଂ କରିସ୍ମା ‘ହମ୍‌ ସାଥ ସାଥ ହୈରେ ଏକାଠି କାମ କରିଥିଲେ। ଏହି ଫିଲ୍ମରେ ଦୁହେଁ ରୋମାନ୍ସ କରିଥିଲେ ଏବଂ ସେହି ସମୟରେ କେହି ଭାବି ନ ଥିଲେ ଯେ ଦିନେ ଦୁହିଁଙ୍କ ମଧ୍ୟରେ ଏମିତି ସମ୍ପର୍କ ରହିବ।

Share