ଇସ୍ତାନବୁଲ,୮।୨ : ତୁର୍କୀରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକେ ଏବେ ବି ମାଟିଗଦା ତଳେ ଦବି ରହିଛନ୍ତି। ଦବି ହୋଇ ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ବର୍ତ୍ତମାନ ଏକ ପ୍ରାଥମିକତା ଏବଂ ବିଶ୍ୱର ଅନେକ ଦେଶ ଏହି କାର୍ଯ୍ୟରେ ସାହାଯ୍ୟ କରିବାକୁ ତୁର୍କୀକୁ ସହାୟତା ପଠାଇଛନ୍ତି। ଭାରତ ମଧ୍ୟ ଏନଡିଆରଏଫର ଦୁଇଟି ଦଳ ତୁର୍କୀକୁ ପଠାଇଛି ଯେଉଁଥିରେ ଉଦ୍ଧାର କାର୍ଯ୍ୟରେ ବିଶେଷଜ୍ଞ ଯବାନ ଏବଂ ଡାକ୍ତରୀ କର୍ମଚାରୀଙ୍କ ସହ ଚାରିଟି କୁକୁର ମଧ୍ୟ ତୁର୍କୀକୁ ପଠାଯାଇଛି।
ଏହି କୁକୁରମାନଙ୍କର ନାମ ଜୁଲି, ରୋମିଓ, ହନି ଏବଂ ରାମ୍ବୋ । ସ୍ବତନ୍ତ୍ର ତାଲିମପ୍ରାପ୍ତ ଲାବ୍ରାଡର ପ୍ରଜାତିର ଏହି କୁକୁରମାନେ ତୁର୍କୀରେ ଭୂକମ୍ପ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
କୁକୁରମାନେ ମାଟି ତଳେ ଦବି ରହିଥିବା ଲୋକଙ୍କ ସନ୍ଧାନରେ ମୁଖ୍ୟ ଭୂମିକା ଗ୍ରହଣ କରି ସେମାନଙ୍କଜୀବନ ବଞ୍ଚାଉଛନ୍ତି।