ଶେଷ ହୋଇନି କରୋନା, ସତର୍କତା ଜରୁରୀ…

ଜେନେଭା, ୨୯।୧ : ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଶେଷ ହୋଇନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସତର୍କତା ଜରୁରୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ପୁନମ୍‌ କ୍ଷେତ୍ରପାଳ କହିଛନ୍ତି।

କିଭଳି ସଂକ୍ରମଣ କମିବ ଏହା ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ଡେଲ୍ଟା ଭାରିଆଣ୍ଟ୍‌ ଫୁସ୍‌ଫୁସ୍‌ରେ ସଂକ୍ରମଣ କରୁଥିବାରୁ ଏହା ଯୋଗୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିଲା। ତେବେ ଓମିକ୍ରନ୍‌ ଗଳାରେ ସଂକ୍ରମଣ କରୁଛି। ତେଣୁ ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉ ନ ଥିବା ସେ କହିଛନ୍ତି। ଟିକାକରଣ ସଂଖ୍ୟା ବଢ଼ାଇବା ଏକ୍ଷେତ୍ରରେ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ସେ କହିଛନ୍ତି।

ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରୁଛି। ତେଣୁ ଏହା ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଓମିକ୍ରନ୍‌ରେ ଅଧିକ ଲୋକ ଆକ୍ରାନ୍ତ ହେଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା କମ୍‌ ରହିଥିବା ପୁନମ୍‌ କହିଛନ୍ତି।

Share