ପୁଣି ଫେରିଲା କରୋନା: ମହାରାଷ୍ଟ୍ର ପରେ କର୍ନାଟକରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ବେଙ୍ଗାଲୁରୁ,୨୩।୧୨: ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଇଥିଲା। ଏବେ କର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁ ଜାରି ହେବା ନେଇ ସୂଚନା ଦିଆଯାଇଛି। କର୍ଫ୍ୟୁ ବୁଧବାରଠାରୁ ଲାଗୁ ହେବ। ରାତ୍ର ୧୦ଟାଠାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଜାନୁୟାରୀ ୨ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବ୍ରିଟେନର କରୋନା ଭୂତାଣୁର ନୂଆ ସ୍ବରୂପ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବ୍ରିଟେନ୍‌, ଡେନମାର୍କ ଏବଂ ନେଦରଲାଣ୍ଡରୁ ରାଜ୍ୟକୁ ଫେରିଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବା ଲାଗି ଅନିବାର୍ଯ୍ୟ କରାଯାଇଛି।

Share