Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ରୋନାଲଡୋ

ଲିସବୋନ୍‌,୨୪।୩: ପର୍ତ୍ତୁଗାଲର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ କୁଏତର ବାଦେର୍‌ ଅଲ-ମୁତାୱାଙ୍କୁ ପଛରେ ପକାଇଛନ୍ତି। ବାଦେର୍‌ ତାଙ୍କ କ୍ୟାରିୟରରେ ମୋଟ ୧୯୬ଟି ମ୍ୟାଚ ଖେଳିଥିଲେ।
ରୋନାଲଡୋ ଲିଚଟେଷ୍ଟାଇନ ବିପକ୍ଷରେ ପଡିଆକୁ ଓହ୍ଲାଇବା ମାତ୍ରେ ଏହି ରେକର୍ଡ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ୧୯୭ ତମ ମ୍ୟାଚ ଥିଲା। ୟୁରୋ କପ ୨୦୨୪ର ଏହି କ୍ୱାଲିଫାୟର୍‌ ମ୍ୟାଚରେ ରୋନାଲଡୋ ଦୃଢ ପ୍ରଦର୍ଶନ କରିଥିଲେ। ସେ ଏହି ମ୍ୟାଚରେ ଦୁଇଟି ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ପର୍ତ୍ତୁଗାଲ ଲିଚଟେଷ୍ଟାଇନକୁ ୪-୦ରେ ପରାସ୍ତ କରିଛି।

Share