Categories: ଖେଳ

ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡ଼ିଲେ ରୋନାଲ୍ଡୋ

ଲିସବନ୍‌,୧୭।୧୧: ଫିଫା ବିଶ୍ୱକପ୍‌ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଥିବା ସୂଚନା ମିଳିଛି। ଲିସବନ୍‌ରେ ନାଇଜେରିଆ ବିପକ୍ଷରେ ପର୍ତ୍ତୁଗାଲ ଏହାର ଅଭ୍ୟାସ ମ୍ୟାଚ୍‌ ଖେଳି କାତାର ଅଭିମୁଖେ ଯାତ୍ରା କରିବ। ରୋନାଲ୍ଡୋଙ୍କ ପେଟରେ ସମସ୍ୟା ଥିବାରୁ ସେ ଦଳର ଟ୍ରେନିଂ ସେସନରେ ଅଂଶଗ୍ରହଣ କରିପାରି ନାହାନ୍ତି। ଏହି ସମ୍ପର୍କରେ କୋଚ୍‌ ଫର୍ନାଣ୍ଡୋ ସାଣ୍ଟୋସ ରୋନାଲ୍ଡୋ ବାଦ୍‌ ପଡିବା ନେଇ ସୂଚନା ଦେଇଛନ୍ତି।

Share