Categories: ଖେଳ

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି। କ୍ୟାରିୟରରେ ଚତୁର୍ଥ ଥର ପାଇଁ ରୋନାଲଡୋ ଏହି ଉପଲବ୍ଧି ହାସଲ କରିଛନ୍ତି। ରୋନାଲଡୋ ସାଉଦି ଆରବ କ୍ଲବ ଅଲ ନାସାରରେ ଯୋଗ ଦେବା ପରେ ଗତ ବର୍ଷ ଏହି ତାଲିକାରେ ଶୀର୍ଷରେ ରହିଥିଲେ। ଗଲ୍ଫର ଜନ ରହମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଫୋର୍ବସ୍ ରିପୋର୍ଟ ଅନୂଯାୟୀ, ୩୯ ବର୍ଷିୟ ରୋନାଲଡୋ ଗତ ୧୨ ମାସ ମଧ୍ୟରେ ୨୬୦ ମିଲିୟନ ଡଲାର ରୋଜଗାର କରିଛନ୍ତି। ଯାହା ଫଳରେ ତାଙ୍କର ରୋଜଗାର ଏକ ବର୍ଷ ମଧ୍ୟରେ ୧୩୬ ମିଲିୟନ ଡଲାରରୁ ବୃଦ୍ଧି ପାଇ ୨୬୦ ମିଲିୟନ ଡଲାର ହୋଇଛି।

ରୋନାଲଡୋଙ୍କ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସି ରହମଙ୍କ ପଛରେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି।

ସାଉଦି ଅନୁଦାନ ପ୍ରାପ୍ତ LIV ଗଲ୍ଫ କୁ ଯିବା ପରେ ସ୍ପେନ୍ ଗଲ୍ଫର୍ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଏବଂ ୨୧୮ ମିଲିୟନ ଡଲାର୍ ରୋଜଗାର କରିଥିବା ଜଣାପଡିଛି।

ସାଉଦି ପ୍ରୋ ଲିଗକୁ ଯିବା ପରେ ଫୁଟବଲ ଖେଳାଳି ନେମାର ଏବଂ କରିମ ବେଞ୍ଜେମା ମଧ୍ୟ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି।

ଏହି ତାଲିକାରେ ଜିଆନିସ୍ ଆଣ୍ଟେଟୋକାଉନ୍ମ୍ପୋ (ପଞ୍ଚମ) ସାଥୀ ବାସ୍କେଟବଲ୍ ତାରକା ଲେବ୍ରନ୍ ଜେମ୍ସ (ଚତୁର୍ଥ) ଏବଂ ଷ୍ଟିଫେନ୍ କ୍ୟୁରୀ (ନବମ) ରେ ଯୋଗ ଦେଇଥିବାବେଳେ ଆମେରିକୀୟ ଫୁଟବଲ୍ କ୍ୱାର୍ଟରବ୍ୟାକ୍ ଲାମାର ଜ୍ୟାକସନ ଦଶମ ସ୍ଥାନରେ ଅଛନ୍ତି।

ଫୋର୍ବସ୍ ଅନୁଯାୟୀ, ବିଶ୍ୱର ୧୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟମାନେ ଗତ ୧୨ ମାସ ମଧ୍ୟରେ ଟିକସ ଏବଂ ଏଜେଣ୍ଟମାନଙ୍କ ଦେୟ ପୂର୍ବରୁ ୧.୩୮ ବିଲିୟନ ଡଲାର ରୋଜଗାର କରିଥିଲେ, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ।

Share