Categories: ଜାତୀୟ

ଭୁଶୁଡିଲା ଘରର ଛାତ: ଗୋଟିଏ ପରିବାରର ୪ ମୃତ

ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶର ବୁଲନ୍ଦଶାହର ଜିଲାରୁ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି। ଘରର ଛାତ ଭୁଶୁଡି ପଡିବରେୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁସାରେ, ବୁଲନ୍ଦଶାହର ଜିଲାର ନରସେନା ପୋଲିସ ଷ୍ଟେଶନ ଅଧୀନରେ ଥିବା ମାୱାଇ ଗ୍ରାମରେ ବିଳମ୍ବିତ ରାତିରେ ଘରର ଛାତ ଭୁଶୁଡି ପଡିଛି। ପରିବାର ସଦସ୍ୟଙ୍କୁ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ। ଯେଉଁଥିରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ରହିଛି।

Share