ନୂଆଦିଲ୍ଲୀ,୭।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଏକ ବଡ ଦୁର୍ଘଟଣା ଘଟିଛି। ସିଭିଲ ଲାଇନ୍ସରେ ଥିବା ତାଙ୍କ ଘରର ଛାତର ଏକ ଅଂଶ ପ୍ରବଳ ବର୍ଷା ହେତୁ ଖସିପଡିଥିଲା। ଏଥିରେ କେହି ଆହତ ହୋଇନାହାଁନ୍ତି। ଯଦିଓ ଛାତର ମରାମତି କରାଯାଇଥିଲା, କିନ୍ତୁ ବର୍ଷା ଯୋଗୁ ଛାତ ଖସିପଡିଥିଲା। ଏହି ଘଟଣା ପରେ, ଏହି ୮୦ ବର୍ଷ ପୁରୁଣା କୋଠାର ସମୀକ୍ଷା ଆରମ୍ଭ ହୋଇଛି। ଏକ ସରକାରୀ ସୂତ୍ର ଅନୁଯାୟୀ, ଗଳି ପଡିଥିବା ଛାତଟି ଚାମ୍ବର ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଚାମ୍ବର ଥିଲା। ଉକ୍ତ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥାଏ। ସୌଭାଗ୍ୟବଶତଃ ସେ ସମୟରେ ସମୟରେ ଚାମ୍ବରରେ କେହି ଉପସ୍ଥିତ ନ ଥିଲେ। ଏହି ଘରଟି ୧୯୪୨ ମସିହାରେ ନିର୍ମାଣ କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଛାତର ମରାମତି କରାଯାଇଥିଲା। ଗତ ୩ ସପ୍ତାହ ହେବ ଦିଲ୍ଲୀରେ ପ୍ରବଳ ବର୍ଷା ହେଉଛି। ଫଳରେ ସେହି କାରଣରୁ ଛାତ ଗଳି ପଡିଥିବା କୁହାଯାଉଛି।