ପ୍ରାର୍ଥନା ସମୟରେ ଚର୍ଚ୍ଚର ଧସିଲା ଛାତ, ୭ ମୃତ…

ମେସ୍କିକୋ ସିଟି,୨।୧୦ : ସୋମବାର ମେକ୍ସିକୋର ତମଉଲିପାସ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଚର୍ଚ୍ଚରେ ପ୍ରାର୍ଥନା ସଭା ସମୟରେ ଛାତଟି ହଠାତ ଧସିଯାଇ ଲୋକଙ୍କ ଉପରେ ପଡିଥିଲା। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକଙ୍କ ଆବର୍ଜନା ତଳେ ଦବି ରହିଛନ୍ତି।

କୁହାଯାଇଛି ଯେ ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ଚର୍ଚ୍ଚ ଭିତରେ ଶହେରୁ ଅଧିକ ଲୋକ ଉପସ୍ଥିତ ଥିଲେ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଚାଲିଛି। ପୋଲିସ ଏବଂ ଅଗ୍ନିଶମ ଦଳ ୪୯ଜଣଙ୍କୁ ଅଳିଆ ଆବର୍ଜନାରୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଏଥି ସହିତ, ଆହୁରି ଅନେକ ଆବର୍ଜନା ତଳେ ଥିବାର ଆଶଙ୍କା ରହିଛି। ସେମାନଙ୍କର ସନ୍ଧାନ ଜାରି ରହିଛି। ପ୍ରକାଶ ଯେ, ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଅନେକ ପିଲା ମଧ୍ୟ ଅଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତୁର୍କୀ ବାୟୁସେନା ଉତ୍ତର ଇରାକରେ କୁର୍ଦ୍ଦ ବିଦ୍ରୋହୀଙ୍କ ୨୦ ଟି ବେସକୁ ଧ୍ୱଂସ କରିଦେଇଛି। ଏଥିମଧ୍ୟରେ ଅନେକ ଗୁମ୍ଫା, ବଙ୍କର, ଆଶ୍ରୟ ଗୃହ ଏବଂ ଗୋଦାମ ଅନ୍ତର୍ଭୁକ୍ତ। ଏହି ସମସ୍ତ ସ୍ଥଳ କୁର୍ଦ୍ଦ ବିଦ୍ରୋହୀ ସଂଗଠନ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି (ପିକେକେ) ବୋଲି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟାରଲିକାୟା ଦାବି କରିଛନ୍ତି।

Share