Categories: ଜାତୀୟ

ଅନ୍ତିମ ସଂସ୍କାର ସମୟରେ ଭୁଶୁଡ଼ିଲା ଶ୍ମଶାନ ଘର ଛାତ: ଉଦ୍ଧାର କାର୍ଯ୍ୟ ଜାରି

ଗାଜିଆବାଦ୍‌,୩।୧: ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘର ଛାତ ଭୁଶୁଡ଼ିବାରୁ କେତେକ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି। ମାଟିତଳୁ ୧୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଗାଜିଆବାଦ୍‌ର ମୁରାଦବାଦ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁ ମାଟି ଧସି ଯିବାରୁ ଏଭଳି ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଶୋକ ପ୍ରକାଶ କରିବା ସହିତ ଉଦ୍ଧାର କାର୍ଯ୍ୟ ପାଇଁ ଜିଲାପାଳ ଏବଂ ପୋଲିସ ଉଚ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

Share