Categories: ଜାତୀୟ

ବିଧାନସଭାରେ ନମାଜ ପଢିବାକୁ ମିଳିଲା କୋଠରୀ, ଭାଜପା ନେତା କହିଲେ ହନୁମାନ ଚାଳିଶା ପଢିବାକୁ କରାଯାଉ ସୁବିଧା

ରାଞ୍ଚି,୪ ।୯: ଝାଡ଼ଖଣ୍ଡ ବିଧାନସଭା ପରିସରରେ ନମାଜ ପଢିବା ପାଇଁ କୋଠରୀ ଯୋଗାଇ ଦିଆଯିବା ପରଠାରୁ ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ନେଇ ଏବେ ପୂର୍ବତନ ସ୍ପିକର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ହିନ୍ଦୁଙ୍କ ପାଇଁ ବିଧାନସଭା ପରିସରରେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଅଯାଉ । ଏହା ପୂର୍ବରୁ ଭାଜପା ନେତା ବିରଞ୍ଚି ନାରାୟଣଙ୍କ ବୟାନ ବି ସାମନାକୁ ଆସିଥିଲା । ସେ କହିଥିଲେ ଯଦି ନମାଜ ପଢିବା ପାଇଁ କୋଠରୀ ଯାଗାଇ ଦିଆଯାଉଛି ତେବେ ହିନ୍ଦୁଙ୍କୁ ହନୁମାନ ଚାଳିଶା ପାଠ କରିବାକୁ ବି କୋଠରି ଯୋଗାଇ ଦିଆଯାଉ । ଭାଜପା ନେତା ସିପି ସିଂ କହିଛନ୍ତି, ନମାଜ ପଢିବା ପାଇଁ ବ୍ୟବସ୍ଥା କରିବାରେ ଆମର କୌଣସି ଆପତ୍ତି ନାହିଁ ହେଲେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଯଦି ସ୍ପିକର କିଛି ଜାଗା ଦେଇ ଦିଅନ୍ତେ ତେବେ ଆମେ ଆମ ପଇସାରେ ମନ୍ଦିର ତିଆରି କରନ୍ତୁ ।

Share