Categories: ଜାତୀୟ

କୁକୁଡା ଲଢ଼େଇରେ ପ୍ରାଣ ହରାଇଲେ ମାଲିକ

ନୂଆଦିଲ୍ଲୀ,୨୮।୨ : ବେଆଇନ କୁକୁଡା ଲଢ଼େଇବେଳେ ଜଣେ ମାଲିକଙ୍କ ମୃତ୍ୟୁ ଘଟଛି। ଏଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି ତେଲେଗାନାରୁ। ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀକୁ ହରାଇବା ଲାଗି କୁକୁଡା ଗୋଡରେ ବନ୍ଧା ହୋଇଥାଏ ୩ ଇଞ୍ଚର ଛୁରୀ। ମୃତ୍ୟୁ ଭୟରେ କୁକୁଡାଟି ଖସିବାକୁ ଚେଷ୍ଟା କରୁଥିବାବେଳେ ମାଲିକଙ୍କ ବେକରେ ଛୁରା ଘାତ ଲାଗିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। କରିମନଗର ଜିଲାର ମେଡିକାଲକୁ ନେବାବେଳେ ଅତ୍ୟନ୍ତ ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତଙ୍କ ସମେତ ୧୬ ଜଣ ଲୋଥୁନୁରଠାରେ କୁକୁଡା ଲଢ଼େଇ ଆୟୋଜନ କରିଥିଲେ।

ଅଭିଯୁକ୍ତ କୁକୁଡାକୁ ଫାର୍ମକୁ ପଠାଯିବା ପୂର୍ବରୁ ଥାନାରେ ଅଟକ ରଖାଯାଇଥିଲା। ”ବେଆଇନ ଲଢ଼େଇ ଆୟୋଜନ କରିଥିବା ୧୫ ଜଣଙ୍କୁ ଆମେ ଖୋଜୁଛୁ“ ବୋଲି ସ୍ଥାନୀୟ ପୋଲିସ ଅଫିସର ବି. ଜୀବନ କହିଛନ୍ତି।

Share