ଲଣ୍ଡନ,୧୦।୨: ସାଧାରଣତଃ ବ୍ୟାଟ୍ସମ୍ୟାନ୍ମାନେ ସ୍ପିନ୍କୁ ଖେଳିବାକୁ ଅସହଜ ମନେ କରିଥାନ୍ତି। ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସ୍ପିନ୍ ବଲ୍କୁ ସାମ୍ନା କରୁଥିବା ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳି। ତାଙ୍କ ପାଖରେ ଦେଶର ସମସ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ ଭାଙ୍ଗିବାର କ୍ଷମତା ରହିଛି ବୋଲି ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ୍ କହିଛନ୍ତି।
ହୁସେନଙ୍କ ଲେଖା ସ୍କାଇ ସ୍ପୋର୍ଟସ୍ରେ ପ୍ରକାଶ ପାଇଛି। ଏଥିରେ ସେ କହିଛନ୍ତି, ରୁଟ୍ ଇଂଲଣ୍ଡର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ସମ୍ଭବତଃ ସମସ୍ତ ରେକର୍ଡ ଭାଙ୍ଗି ଦେବେ। ସେ ଭଲ ଲୟରେ ଅଛନ୍ତି। ମାତ୍ର ୩୦ ବର୍ଷ ବୟସ ହୋଇଛି ତାଙ୍କୁ। ଏଣୁ ଆଗାମୀ ଦିନରେ ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ୍ ତାଲିକାରେ କୁକ୍, ଗ୍ରାହମ୍ ଗୁଚ ଏବଂ କେଭିନ୍ ପିଟରସନଙ୍କ ସହ ରୁଟ୍ ରହିବେ। ସେ ସ୍ପିନ୍କୁ ଭଲ ଭାବେ ଖେଳିପାରୁଥିବା ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମଧ୍ୟ। ତାଙ୍କର ଖେଳ ଦେଖିବାକୁ ମଜା ଲାଗିଥାଏ ବୋଲି ସେ କହିଛନ୍ତି।