ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବାବୁଙ୍କ ସମ୍ପତ୍ତି କଳାଧନର ହେବ…

ଭୁବନେଶ୍ୱର,୨୬।୮: ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବ। ଏହା ସହ ବାବୁଙ୍କ ସମ୍ପତ୍ତି କଳାଧନ ତଦନ୍ତ ପରିସରଭୁକ୍ତକୁ ନିଆଯିବ। ଧରା ପଡୁଥିବା ଅଫିସରଙ୍କ ସମ୍ପତ୍ତି କଳାଧନ ତଦନ୍ତ ପରିସରଭୁକ୍ତ
କରାଯାଇ କଳାଧନ ତଦନ୍ତହେବ। ଏ ନେଇ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା ଦେଇଛନ୍ତି। ସେ ଭିଜିଲାନ୍ସ, ହେଉ ଅବା ଇଡି ବା ଆଇଟିରେ ଧରାପଡୁଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।ଆଇନ ଅନୁସାରେ ଯାହା ବ୍ୟବସ୍ଥା ଅଛି, ସେହି ଅନୁସାରେ ତଦନ୍ତ ହେବ ବୋଲି ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି।

ନିକଟରେ ଓଏସ୍‌ଆର୍‌ଟିସି ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀରେ ମଧ୍ୟ ଚଢ଼ାଉ ଜାରିରହିଛି।

୧) ଫ୍ଲାଟ୍‌ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍‌, ନନ୍ଦନକାନନ ରୋଡ୍‌, ନନ୍ଦନବିହାର, ଭୁବନେଶ୍ୱର।

୨) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୯୧୮ରେ ଏକ ଦୁଇ ମହଲା କୋଠା।

୩) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୮୯୨ରେ ଦୁଇ ମହଲା କୋଠା।

୪) ମୟୂରଭଞ୍ଜର ଢିପସାହିସ୍ଥିତ ଭୂୟାଁ ନିବାସ।

୫) ଭୁବନେଶ୍ୱରର ଓଏସ୍‌ଆର୍‌ଟିସିର ମୁଖ୍ୟ ଆକାଉଣ୍ଟ ଅଫିସ।

୬) ଭୁବନେଶ୍ୱରର ଖାରବେଳ ଭବନସ୍ଥିତ ଆର୍ଥିକ ପରାମର୍ଶଦାତା କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, ବାଣିଜ୍ୟ ଏବଂ ପରିବହନ, ୫ମ ମହଲା କୋଠା।

୭) କାର୍ଯ୍ୟାଳୟର ନିର୍ଦ୍ଦେଶକ, ବ୍ୟବସାୟ ବିକାଶ ଏବଂ ଅର୍ଥ, ଓଆର୍‌ଆଇଡିଏଲ୍‌, ୬ ମହଲା, ଇଡ୍‌କୋ ଟାଓ୍ବାର, ଜନପଥ, ଭୁବନେଶ୍ୱର।

ଏବେ ଚଢ଼ାଉ ଚାଲିଛି। ଚଢ଼ାଉ ପରେ ମୋଟ୍‌ର ସମ୍ପତ୍ତିର ଆକଳନ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri