ମୁମ୍ବାଇ,୪।୧୨- ରୋଶନୀ ନାଦାର ମାଲହୋତ୍ରା ଦେଶର ସବୁଠୁ ଧନୀ ମହିଳା ସ୍ଥାନ ହାସଲ କରିଛନ୍ତି। ସେ ବର୍ତ୍ତମାନ ଏଚ୍ସିଏଲ୍ ଟେେକ୍ନୋଲୋଜିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୪,୮୫୦ କୋଟି ଟଙ୍କା ରହିଛି। ତାଙ୍କ ପରେ ବାୟୋକନ୍ର କିରନ ମଜୁମଦାର ସ ୩୬,୬୦୦ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ହୁରୁନ ଇଣ୍ଡିଆ ଏବଂ କୋଟାକ ଓ୍ବେଲ୍ଥ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ମୋଟ ୩୧ ସେଲ୍ପ ମେଡ୍ ମହିଳା ସ୍ଥାନିତ ହୋଇଛନ୍ତି ଯେଉଁମାନଙ୍କର ନେଟ୍ଓ୍ବର୍ଥ ୧୦୦ କୋଟି ଟଙ୍କା ରହିଛି। ଏମାନଙ୍କ ମଧ୍ୟରେ ୬ ପ୍ରଫେଶନାଲ ମ୍ୟାନେଜର ଏବଂ ୨୫ ଉଦ୍ୟୋଗୀ ରହିଛନ୍ତି। ସେଲ୍ଫ ମେଡ୍ ବର୍ଗରେ ସ’ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପରେ ୧୧,୫୯୦ କୋଟି ସମ୍ପତ୍ତି ସହ ଜୋହୋରର ରାଧା ଭେମ୍ବୁ, ୧୦,୨୨୦ କୋଟି ସମ୍ପତ୍ତି ସହ ଆରିସ୍ତା ନେଟ୍ଓ୍ବର୍କର ଜୟଶ୍ରୀ ଉଲାଲ ରହିଛନ୍ତି। ଏହି ୩ ଜଣ ହୁରୁନର ଗ୍ଲୋବାଲ ଲିଷ୍ଟରେ ମଧ୍ୟ ରହିଛନ୍ତି। ତାଲିକାର ସ୍ଥାନିତ ଅତି ଧନୀ ମହିଳାଙ୍କ ମୋଟ ସମ୍ପତ୍ତି ୨.୭୨ ଲକ୍ଷ କୋଟି ଟଙ୍କା ରହିଛି।