ବନ୍ଧ ବାନ୍ଧି ଅଟକାଯାଉଛି  ରୁଷିକଲ୍ୟା ଜଳ:  ତଳ ମୁଣ୍ଡରେ ପାଣି ପାଇଁ ଡହଳବିକଳ ଲୋକେ 

ପୁରୁଷୋତ୍ତମପୁର,୨୨।୨ (ସିମାଞ୍ଚଳ ମିଶ୍ର): ଫେବୃଆରୀ ନ ସରୁଣୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଲୋକେ ପାଣି ପାଇଁ  ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ  ହେଉଛନ୍ତି। ରୁଷିକଲ୍ୟା ନଦୀର ଭୀମପୁର ଓ କନକା  ଅଞ୍ଚଳରୁ ଖୋଳା ଚାଲିଛି ବାଲି। ବର୍ତ୍ତମାନ ନଦୀରେ ପାଣି ନ ଥିବାବେଳେ କମ ପରିମାଣରେ ଯେଉଁ କିଛି ପାଣି ଆସୁଛି ତାହାକୁ ନଦୀର ବିଭିନ୍ନ ସ୍ଥାନରେ ହିଡକରି ଆନିକଟ କରି ବନ୍ଧ କରିଦିଆଯାଉଛି। ଏ ନେଇ ନଦୀରେ  ପାଣି ପ୍ରବାହିତ ହେଉନାହିଁ।  ଏହା ସହ ନଦୀ ଶେଷଭାଗରେ ଯେଉଁ କିଛିମାତ୍ରାରେ ପାଣି ଆସୁଛି ତାହା ଲୋକଙ୍କ  କାର୍ଯ୍ୟରେ ଲାଗି ପାରୁନାହିଁ। ଲୋକେ ନିତ୍ୟବ୍ୟବହାର୍ଯ୍ୟ ଲାଗି ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛନ୍ତି।
ପୁରୁଷୋତ୍ତମପୁର କୁମାରୀ ଆଛୁଲି ଆଦି ନଦୀର ତଳ ମୁଣ୍ଡରେ ରହିଥିବା ନଦୀକୂଳିଆ ଗ୍ରାମବାସୀ ପାଣି ଟିକକ ପାଇଁ ଡହଳବିକଳ ହେଉଛନ୍ତି। ଏ ନେଇ ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ ସ୍ବର ଚାପି ଦିଆଯାଉଛି। ଏଣୁ ଏଥିପ୍ରତି ଜିଲା ପ୍ରସାସନ ଦ୍ରୁଷ୍ଚି ଦେଇ  ଅବଶ୍ୟକ ପଦକ୍ଷେପ ନେଇ  ଜଳ ସମସ୍ୟା ଦୂର କରିବାକୁ ଦାବି କରାଯାଇଛି।