ବଦଳିଲା ରାଉରକେଲା ବିମାନ ଚଳାଚଳ ସମୟ, ନଭେମ୍ବର ୬ରୁ…

ରାଉରକେଲା,୨।୧୧(ସଙ୍ଗୀତା ଜେନା): ୨୦୨୩ ଜାନୁଆରୀ ମାସରେ ରାଉରକେଲାକୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେଲା। ଏହା ଅପରାହ୍ନ ୫ଟା ସମୟରେ ହେଉଥିଲା। ହେଲେ ନଭେମ୍ବର ମାସ ୬ରୁ ଏହାର ସମୟ ପରିବର୍ତ୍ତନ କରାଯାଇଛି। ନୂତନ ସମୟସାରଣୀ ଅନୁଯାୟୀ,ଉଡ଼ାଣ କୋଲକାତାରୁ ଦିନ ୧୧ଟା ୪୦ରେ ବାହାରି ୧ଟା ୧୦ ମିନିଟ୍‌ରେ ଭୁବନେଶ୍ୱର ପହଞ୍ଚିବ। ଭୁବନେଶ୍ୱରରୁ ମଧ୍ୟାହ୍ନ ୧.୩୫ରୁ ବାହାରି ରାଉରକେଲାରେ ୨ଟା ୩୦ ମିନିଟରେ ପହଞ୍ଚିବ। ସେହିପରି ଭୁବନେଶ୍ୱରକୁ ୩ଟା ୫୦ମିନିଟ୍‌ରେ ପହଞ୍ଚିବ। କୋଲକାତାରେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ପହଞ୍ଚିବ। ରାଉରକେଲାରେ ପୂର୍ବରୁ ସନ୍ଧ୍ୟା ୫ଟା ସମୟରେ ଉଡାଣ ଆସୁଥିବା ଯୋଗୁ ବାରମ୍ବାର କମ୍‌ ପାରଦର୍ଶିତା ଯୋଗୁ ବାତିଲ କରାଯାଉଥିଲା। ପରିବର୍ତ୍ତିତ ସମୟ ଯୋଗୁ ଉଡ଼ାଣ ବାତିଲ ହେବ ନାହିଁ ବୋଲି ରାଉରକେଲା ଏୟାରପୋର୍ଟ ଅଥରିଟି କର୍ତ୍ତୃପକ୍ଷ ରାହୁଲ ସିଂହ ସୂଚନା ଦେଇଛନ୍ତି।

Share