ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୋଲିସ

ରାଉରକେଲା ଅଫିସ୍‌, ୨୩।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସୋମବାର ଅଟକାଇଛି। ଫଳରେ ଅଞ୍ଜଳି ରାଜଗାଙ୍ଗପୁରରେ ଏକ ଜନଶୁଣାଣି କାର୍ଯ୍ୟକ୍ରମକୁ ଯାଇ ପାରିନାହାନ୍ତି।
ସୂଚନା ଅନୁସାରେ, ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ ପାଇଁ ସୋମବାର ରାଜଗାଙ୍ଗପୁରରେ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଏହି ଜନଶୁଣାଣିରେ ଯୋଗ ଦେବାକୁ ଅଞ୍ଜଳି ଝାଡ଼ଖଣ୍ଡରୁ ଆସିଥିଲେ। ତେବେ ଜନଶୁଣାଣିକୁ ଯିବା ପୂର୍ବରୁ ତାଙ୍କୁ ହୋଟେଲ ରିଜେନ୍ସି ଇନ୍‌ରେ ରାଉରକେଲା ପୋଲିସ ଅଟକାଇଥିଲା। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଅଞ୍ଜଳି ଆଉ ରାଜଗାଙ୍ଗପୁର ଗସ୍ତ କରିପାରି ନ ଥିଲେ। ଆଇନଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ପୋଲିସ ସୂଚନା ଦେଇଛି।

Share