ସରସ ମେଳା: ଗ୍ରାହକଙ୍କୁ ଆକୃଷ୍ଟ କରୁଛି ମାଟି ଉପକରଣ

ରାଉରକେଲା ଅଫିସ,୨୨।୧: ହକି ବିଶ୍ୱକପ୍‌ ଅବସରରେ ରାଉରକେଲା ସେକ୍ଟର-୫ ସ୍ଥିତ ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ସରସ ମେଳା। ମେଳାରେ ସମୁଦାୟ ୨୫୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି। ହେଲେ ମେଳାରେ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ମସଲା ଓ ମାଟି ଉପକରଣ। ଅନ୍ୟାନ୍ୟ ଆକର୍ଷଣୀୟ ଷ୍ଟଲଗୁଡିକରେ କ୍ଷୀର ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ, କାଶ୍ମୀର, ୟୁପି ଦ୍ରବ୍ୟ, ବିଭିନ୍ନ ଚିତ୍ରକଳା, ଏଲ୍‌ଇଡି ସାମଗ୍ରୀ, ବାରିପଦା ମୁଢି ମସଲା, ପୁଡ ଚିକେନ, ବାଉଁଶ କାରୁକାର୍ଯ୍ୟ ଆଦି ଗ୍ରାହକମାନଙ୍କୁ ଆକର୍ଷିତ କରୁଛି। ସକାଳୁ ରାତ୍ରି ଯାଏ ଜମୁଛି ସରସ ମେଳା। ବିନା ରାସାୟନିକ ମିଶ୍ରଣରେ ବିକ୍ରି ହେଉଥିବା ମସଲା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢୁଛି। ଏଥିସହିତ ଗ୍ରାହକମାନେ ବିଭିନ୍ନ ପ୍ରକାର ଆଚାର ଓ ଗ୍ରାମାଞ୍ଚଳରେ ପ୍ରସ୍ତୁତ ହେଉଥିବା ଚାଉଳ ବଡି, ପାମ୍ପଡ, ଝୁଣା, ଧୂପା ଆଦି ସୁଲଭ ମୂଲ୍ୟରେ ପାଉଛନ୍ତି। ରବିବାର ସରସ ମେଳାର ୮ମ ଦିବସରେ ପହଞ୍ଚତ୍ଛି। ଆସନ୍ତା ୨୭ତାରିଖ ଯାଏ ଏହି ମେଳା ହେବାକୁ ଥିବାରୁ ଲୋକଙ୍କ ଭିଡ଼ ଆହୁରି ଜମିବ ବୋଲି ଚର୍ଚ୍ଚା ହେଉଛି।

Share