ରାଉରକେଲା,୨୬।୨(ସଙ୍ଗୀତା ଜେନା): ରାଉରକେଲା ଜେଲ୍ ରୋଡ୍ସ୍ଥିତ ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ସୋମବାର ୩ ଜଣ ଅନ୍ତେବାସୀ ନାବାଳକ ଫେରାର ହୋଇଯାଇଛନ୍ତି। ଏ ନେଇ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଉମେଶ ସାବତ ରଘୁନାଥପାଲି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ସୁପରିଣ୍ଟେଣ୍ଡେଣ୍ଟ ସାବତ ସୂଚନା ଦେଇ କହିଛନ୍ତି, ସୋମବାର ସକାଳେ ଅନ୍ତେବାସୀଙ୍କ ଉପସ୍ଥାନ କରାଯାଉଥିବା ବେଳେ ଉକ୍ତ ୩ ଜଣଙ୍କ ଅନୁପସ୍ଥିତି ସମ୍ପର୍କରେ ଜଣାପଡ଼ିଥିଲା। ସେମାନଙ୍କୁ ଖୋଜାଖୋଜି କରି ନ ମିଳିବାରୁ ସ୍ଥାନୀୟ ଥାନାରେ ଏତଲା ସହ ଜୁଭେନାଇଲ୍ କୋର୍ଟ, ସିଡବ୍ଲ୍ୟୁସିକୁ ଅବଗତ କରାଯାଇଥିଲା। ସେମାନଙ୍କୁ ତୁରନ୍ତ ଧରାଯାଇ କେନ୍ଦ୍ରକୁ ଅଣାଯିବ। ନାବାଳକ ମାମଲା ଥିବାରୁ ସବୁ ତଥ୍ୟ ପ୍ରଦାନ କରାଯାଇ ପାରିବନାହିଁ ବୋଲି ସାବତ କହିଥିଲେ।