ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଓଡ଼ିଶା ସରକାର ଆୟୋଜନ କରିବେ। ଏ ନେଇ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି। ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଦେଶର ବୃହତମ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ ବାର୍ତ୍ତା ଜରିଆରେ ଏହି ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସିବା କ୍ଷମତା ରହିବ। ୧୫ ଏକର ଜମିରେ ଏହା ନିର୍ମାଣ ହେବ। ଆସନ୍ତା ପୁରୁଷ ହକି ବିଶ୍ୱକପ-୨୦୨୩ ପୂର୍ବରୁ ଷ୍ଟାଡିୟମ ନିର୍ମାଣ ଶେଷ ହେବ। ନବୀନଙ୍କ ଏହି ଘୋଷଣା ଆଞ୍ଚଳିକ କ୍ରୀଡ଼ା ଭିତ୍ତିଭୂମିକୁ ନୂଆ ରୂପ ଦେବ।
In a major boost to preparedness for #OdishaHockeyWorldCup2023, CM @Naveen_Odisha announced a new world class Hockey stadium in #Rourkela which would be the biggest hockey stadium in India with a sitting capacity of 20,000. #OdishaForSports pic.twitter.com/Q0vX17xj21
— CMO Odisha (@CMO_Odisha) December 24, 2020