Categories: ଜାତୀୟ

ମହାରାଷ୍ଟ୍ର ଗଭର୍ନରଙ୍କୁ ମିଳିଲାନି ସରକାରୀ ବିମାନ

ମୁମ୍ବାଇ, ୧୧।୨- ମହାରାଷ୍ଟ୍ର ଗଭର୍ନର ଭଗତ ସିଂ କୋଶିୟାରିଙ୍କୁ ଗୁରୁବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟ୍‌ ନେବା ପାଇଁ ଦୁଇ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଥିବା କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରୀ ବିମାନ ବ୍ୟବହାର କରିବାକୁ ଅନୁମତି ନ ମିଳିବାରୁ ବ୍ୟବସାୟିକ ଫ୍ଲାଇଟ୍‌ ଯୋଗେ ଉତ୍ତରାଖଣ୍ଡ ଯାଇଛନ୍ତି ଗଭର୍ନର।

ରିପୋର୍ଟ ଅନୁଯାୟୀ, ଅପରାହ୍ନ ୧୦ଟା ବେଳେ ସ୍ବତନ୍ତ୍ର ଫ୍ଲାଇଟ୍‌ ଯୋଗେ ଗଭର୍ନର ନିଜ ରାଜ୍ୟ ଉତ୍ତରାଖଣ୍ଡ ଗସ୍ତ କରିଥାନ୍ତେ। ଏଥି ପାଇଁ ବୁକ୍‌ କରାଯାଇଥିଲା ଏକ ସରକାରୀ ବିମାନ। କିନ୍ତୁ ଅନ୍ତିମ ସମୟ ପର୍ଯ୍ୟନ୍ତ ମିଳିଲା ନାହିଁ ସରକାରଙ୍କ ଅନୁମତି। ସାଧାରଣତଃ ଅନୁମତି ମିଳିବା ପର୍ଯ୍ୟନ୍ତ ରାଜ୍ୟର ମହାମହିମ ଅପେକ୍ଷା କରନ୍ତି ନାହିଁ। ସେ ବିମାନରେ ବସିବା ପରେ ଅନୁମତି ମିଳି ନ ଥିବା ଚାଳକ କହିଥିଲେ। ଏହାପରେ ଗଭର୍ନରଙ୍କ କାର୍ଯ୍ୟାଳୟ ତରଫରୁ ଡେରାଡୁନ ଲାଗି ଏକ ସିଟ୍‌ ବୁକ୍‌ କରାଯାଇଥିଲା। ଅପରାହ୍ନ ୧୨ଟା .୧୫ରେ ସେ ଡେରାଡୁନ ଅଭିମୁଖେ ଯାତ୍ରା କରିଥିଲେ। ଗଭର୍ନରଙ୍କ ଏଭଳି ଅପମାନ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ଷମାପ୍ରାର୍ଥନା ଦାବି କରିଛି ବିରୋଧୀ ଭାଜପା।

Share