Categories: ଜାତୀୟ

ନମାଜ ପାଠ ବେଳେ ‘ଭାରତ ମାତା କୀ ଜୟ’ ନାରା

ନୂଆଦିଲ୍ଲୀ,୨୬।୧୧: ଗୁରୁଗ୍ରାମର ସେକ୍ଟର ୩୭ ସ୍ଥିତ ଏକ ଖୋଲା ସ୍ଥାନରେ ମୁସଲମାନମାନେ ନମାଜ ପାଠ କରିଆସୁଥିବାବେଳେ ଏହାକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣର ୧୩ତମ ବାର୍ଷିକୀ ଅବସରରେ ହିନ୍ଦୁ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚତ୍ ଗଣ୍ଡଗୋଳ କରିଥିଲେ। ସେମାନେ ‘ଜୟ ଶ୍ରୀରାମ’ ଏବଂ ‘ଭାରତ ମାତା କୀ ଜୟ’ ନାରା ଦେଇଥିଲେ। ସେଠାରେ ୧୫୦ ଜଣ ପୋଲିସ କର୍ମଚାରୀ ଥିଲେ ମଧ୍ୟ ଦୁଇ ସଂଗଠନ ମଧ୍ୟରେ ଗଣ୍ଡଗୋଳ ରୋକିବାକୁ ମାତ୍ର ୩୦ ଜଣ ଆସିଥିଲେ। ନମାଜ ପାଠ ପରେ ହିନ୍ଦୁ ସଂଗଠନର ଦୁଇଜଣ ଆଗେଇଯାଇ ଉକ୍ତ ଅଞ୍ଚଳ ସେମାନଙ୍କର ବୋଲି ଦାବି କରିବାରୁ ମୁସଲମାନ ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ସେଠାରୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ।

Share