Advertisement
Categories: ଖେଳ

କୋହଲିଙ୍କ ନିଆରା ପ୍ରଶଂସକ, ହାତରେ ଦୀପ ଧରି ଏମିତି ଜାଳିଲେ

ଆଇପିଏଲର ୧୩ ସଂସ୍କରଣର ତୃତୀୟ ମ୍ୟାଚ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଏବଂ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଅନେକ ଦିନ ପରେ ମ୍ୟାଚ୍‌ ଖେଳୁଥିବା କୋହଲିଙ୍କୁ ପଡ଼ିଆରେ ଦେଖିବାକୁ ଭାରତୀୟ ପ୍ରଶଂସକମାନେ କେତେ ଉତ୍ସାହିତ ଥିଲେ ତାହାର ଉଦାହରଣ ଟସ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। କୋହଲିଙ୍କ ଜଣେ ନିଆରା ପ୍ରଶଂସକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟସ ହାରିବା ପରେ କୋହଲି ଦଳର ରଣନୀତି ବିଷୟରେ କହୁଥିବା ସମୟରେ ଟିଭିରେ ତାଙ୍କୁ ଦେଖି ପ୍ରଶଂସକ ଜଣଙ୍କ ଏକ ଦୀପ ଜାଳି ତାଙ୍କ ଆଗରେ ବୁଲାଉ ଥିବାର ଭିଡିଓରେ ଦେଖାଯାଇଛି। ଏହି ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କରୋନା ଯୋଗୁ ଚଳିତବର୍ଷ ୟୁଏଇରେ ବିନା ଦର୍ଶକରେ ଆଇପିଏଲ ଖେଳାଯାଉଛି। ଦର୍ଶକ ଟିଭିରେ ମ୍ୟାଚ୍‌ର ମଜା ନେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel