Categories: ଖେଳ

ସମସ୍ତଙ୍କୁ ଚକିତ କରି ଦୁଇ ମୁଖ୍ୟ ଖେଳାଳିଙ୍କୁ ଛାଡ଼ିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମୁମ୍ବାଇ,୨୬।୧୧: ବୋଲିଂ ବିଭାଗକୁ ପୁନର୍ଗଠିତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦଳର ଷ୍ଟାର ବୋଲର ୱାନିନ୍ଦୁ ହସରଙ୍ଗା ଏବଂ ଜୋସ୍ ହାଜଲେଉଡ, ହର୍ଷଲ ପଟେଲଙ୍କ ଭଳି ବୋଲରଙ୍କୁ ରିଲିଜ କରିଛି। ମାର୍ଚ୍ଚ ଶେଷରେ ହାଜଲେଉଡ୍ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ଆଶା କରୁଛନ୍ତି। ଯେଉଁଥିପାଇଁ ସେ ଆଇପିଏଲର ପ୍ରଥମାର୍ଦ୍ଧରେ ଉପଲବ୍ଧ ହେବାର ସମ୍ଭାବନା ନାହିଁ।

ସେହିପରି ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ଡେଭିଡ ୱିଲି, ୱେନ ପାର୍ନେଲ, ସୋନୁ ଯାଦବ, ଅବିନାଶ ସିଂ, ସିଦ୍ଧାର୍ଥ କୌଲ, କେଦାର ଯାଦବଙ୍କୁ ଆରସିବି ରିଲିଜ କରିଛି।

Share