Categories: ଖେଳ

ରାଜସ୍ଥାନକୁ ହରାଇ ବାଙ୍ଗାଲୋରର ଚତୁର୍ଥ ବିଜୟ

ବେଙ୍ଗାଲୁରୁ,୨୩।୪: ବେଙ୍ଗାଲୁରୁସ୍ଥିତ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୩୨ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୭ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ବ ାଙ୍ଗାଲୋର ୭ଟି ମ୍ୟାଚ ଖେଳି ୪ଟିରେ ବିଜୟ ହୋଇଛି। ଫଳରେ ୮ ପଏଣ୍ଟ ପାଇ ବାଙ୍ଗାଲୋର ଟେବୁଲ୍‌ର ପଞ୍ଚମ ସ୍ଥାନକୁ ଉନ୍ନିତ ହୋଇଛି। ରାଜସ୍ଥାନ ପରାଜୟ ସତ୍ତ୍ୱେ ଟେବୁଲର ଶୀର୍ଷରେ ରହିଛି।

ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବାଙ୍ଗାଲୋର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୯ ରନ୍‌ କରିଥିଲା। ଫଳରେ ରାଜସ୍ଥାନ ଆଗରେ ୧୯୦ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ବାଙ୍ଗାଲୋର। ୧୯୦ ରନ୍‌ର ପିଛା କରି ରାଜସ୍ଥାନ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୮୨ କରିବାରେ ସକ୍ଷମ ହୋଇଥିଲା।

ବ୍ୟାଟିଂ କରିବାକୁ ଆସି ରାଜସ୍ଥାନକୁ ପ୍ରାରମ୍ଭିକ ଝଟକ୍‌ ଲାଗିଥିଲା। ଜୋସ ବଟ୍‌ଲର୍‌ ଖାତ ଖୋଲି ନ ପାରି ଆଉଟ୍‌ ହୋଇଯାଇଥିଲେ। ଏଭଳି ସ୍ଥିତିରେ ଯଶସ୍ବୀ ଜୟସ୍ବାଲ ୩୭ ବଲ୍‌ରେ ୫ ଚୌକା ଏବଂ ୨ ଛକା ବଳରେ ୪୭ ରନ୍‌ ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଦଳର ସର୍ବାଧିକ ସ୍କୋର କରିଥିଲେ ଦେବଦୂତ ପଡିକ୍କାଲ। ସେ ୩୪ ବଲ୍‌ରେ(୭ ଚୌକା ଓ ଗୋଟିଏ ଛକା) ୫୨ ରନ୍‌ କରିଥିଲେ। ଧ୍ରୁବ ଜୁର୍ଲେ ୩୪ ରନ୍‌ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୧୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଦଳର ଅନ୍ୟ ପ୍ରମୁଖ ଖେଳାଳି ନିରାଶ କରିଥିଲେ। ଫଳରେ ୧୮୨ ରନ୍‌ କରି ରାଜସ୍ଥାନ ପରାଜିତ ହୋଇଥିଲା। ବାଙ୍ଗାଲୋରର ହର୍ଷଲ ପଟେଲ ସର୍ବାଧିକ ୩ଟି ଉଇକେଟ ନେଥଇଥିଲେ। ମହମ୍ମଦ ସିରାଜ ଏବଂ ଡେଭିଡ ୱେଲି ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share