ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ୮ ଉଇକେଟରେ ବିଜୟୀ ହୋଇଛି।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍ କରିଥିଲା। ଜବାବରେ ୧୬.୨ ଓଭରରେ ୨ ଉଇକେଟ ହରାଇ ଆର୍ସିବି ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବିରାଟ କୋହଲି ଏବଂ ଅଧିନାୟକ ଫାଫ ଡୁ ପ୍ଲେସି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ବିରାଟ ଚମତ୍କାର ଫର୍ମ ବଜାୟ ରଖି ୪୯ ବଲ୍ରେ ୬ ଚୌକା ଓ ୫ ଛକା ସହାୟତାରେ ୮୨ ରନ୍ କରି ଅପରାଜିତ ରହିଥିଲେ। ସେହିପରି ଡୁ ପ୍ଲେସି ୪୩ ବଲ୍ରେ ୫ ଚୌକା ଓ ୬ ଛକା ମାରି ୭୩ ରନ୍ କରିଥିଲେ। ଉଭୟଙ୍କ ଆକ୍ରମଣର ଜବାବ ମୁମ୍ବାଇର କୌଣସି ବୋଲର ଦେଇପାରି ନ ଥିଲେ। ମୁମ୍ବାଇ ପକ୍ଷରୁ ଅର୍ଶଦ ଖାନ୍ ଓ କାମେରୁନ୍ ଗ୍ରୀନ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।